Report Card Odisha

| Daily Odia News

ବ୍ୟାଙ୍କ କାମ ଥିଲେ ସାରିଦିଅନ୍ତୁ ତୁରନ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ୟସ୍ତ ବହୁଳ ସମୟକୁ ଆହୁରି ସହଜ କରିଛି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ | ଏହା ଦ୍ୱାରା ବ୍ୟାଙ୍କ କାରବାର ସହଜ ହେଉଛି । ଅଉ ବ୍ୟାଙ୍କରେ ଲମ୍ବା ଲାଇନ କରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁନାହିଁ | କିନ୍ତୁ ବ୍ୟାଙ୍କର କିଛି କାମ  ଆମକୁ ବ୍ୟାଙ୍କ ଯାଇକରିବାକୁ ପଡିଥାଏ | ଆରବିଆଇ ମାର୍ଚ୍ଚ ୨୦୨୨ରେ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟିଦିନର ତାରିଖ ଘୋଷଣା କରିଛି । ପର୍ବ ତଥା ଅନ୍ୟାନ୍ୟ ବିଶେଷ ଉତ୍ସବରେ ବିଭିନ୍ନ ଜୋନ୍‌ରେ ବ୍ୟାଙ୍କଗୁଡିକ ମୋଟ ୭ଦିନ ବନ୍ଦ ରହିବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକ ରବିବାର ଏବଂ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ମଧ୍ୟ ବନ୍ଦ ରହିବ ।
ମାର୍ଚ୍ଚ ୧: ମହାଶିବରାତ୍ରୀ ଅବସରରେ କାନପୁରସ ଲକ୍ଷ୍ନୌ ଜୟପୁର, ରାଞ୍ଚି, ଶ୍ରୀନଗର, ତିରୁଭନ୍ତପୂରଣ ସମେତ ଦେଶର ପ୍ରାୟ ପ୍ରମୁଖ ସହରରେ ବ୍ୟାଙ୍କ ବନ୍ଦ ରହିବ
ମାର୍ଚ୍ଚ ୩: ଲୌସାର ଅବସରରେ ଗ୍ୟାଙ୍ଗଟକରେ ଛୁଟି ରହିବ ବ୍ୟାଙ୍କ
ମାର୍ଚ୍ଚ ୪: ଚପଚାର ପୁଟ ପର୍ବ ଅବସରରେ ଆଇଜୋଲରେ ବନ୍ଦ ରହିବ ବ୍ୟାଙ୍କ
ମାର୍ଚ୍ଚ ୬:ରବିବାର ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୧୨: ମାସର ଦ୍ୱିତୀୟ ଶନିବାର ଛୁଟି
ମାର୍ଚ୍ଚ ୧୩: ରବିବାର ଛୁଟି
ମାର୍ଚ୍ଚ ୧୭: ହୋଲିକା ଦହନ ଲାଗି ଲକ୍ଷ୍ନୌସ ଡେହରାଡୁନ୍ ଏବଂ ରାଞ୍ଚି ଜୋନରେ ଛୁଟି ରହିବ
ମାର୍ଚ୍ଚ ୧୮: ହୋଲି, ଦଳ ଯାତ୍ରା ଅବସରରେ କୋଲକାତା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, କୋଚ୍ଚି, ଚେନ୍ନାଇ, ଇମ୍ଫାଲ୍, ଏବଂ ତିରୁବନ୍ତପୂରମ ସମେତ ଅନ୍ୟ ସମସ୍ତ ଜୋନରେ ଛୁଟି ରହିବ
ମାର୍ଚ୍ଚ ୧୯: ହୋଲି, ୟୋଓସଂଙ୍ଗ ଅବସରରେ ଭୁବନେଶ୍ୱର, ଇମ୍ଫାଲ ଏବଂ ପାଟନାରେ ଛୁଟି ରହିବ
ମାର୍ଚ୍ଚ ୨୦: ରବିବାର ବନ୍ଦ ବ୍ୟାଙ୍କ ରହିବ
ମାର୍ଚ୍ଚ ୨୨: ବିହାର ଦିବସ ଅବସରରେ ପାଟନାରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୬: ମାସର ଚତୁର୍ଥ ଶନିବାର ବନ୍ଦ ରହିବ ବ୍ୟାଙ୍କ
ମାର୍ଚ୍ଚ ୨୭: ରବିବାର ହେତୁ ବନ୍ଦ ରହିବ ବ୍ୟାଙ୍କ
ଏଟିଏମ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଉପରେ ପଡିବନି କୌଣସି ପ୍ରଭାବ | ଏନେଇ ଆରବିଆଇ ପକ୍ଷରୁ ସ୍ପଷ୍ଟ ହୋଇଛି |

Breaking News