ରିପୋର୍ଟ କାର୍ଡ / ଦିଗପହଣ୍ଡି
ଦିଗପହଣ୍ଡି ବଜାର ସାହି ରେ ବାପା ଏ. କ୍ରିଷ୍ଣା ରାଉ, ମାତା ଲେଟ -ଏ.ଲଷ୍ମୀ ରହୁଥିଲେ ତାଙ୍କର ଦୁଈ ଟି ପୁଅ ବଡ଼ ପୁଅ -ଏ.ଦିବାକର ଓ ସନା ପୁଅ ଏ.ସେନେୟl ଓ ଦୁଈ ଝିଅ ରହି ବେଶ ଖୁସିରେ ସଂସାର ଚାଲୁଥିଲା | କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଏ.ଦିବାକର ଯେ କି ବେକାର ସହିତ କୃଷ୍ଣ କଳା କୁ ସାଥିରେ ଧରି ବୁଲୁଥିଲେ ଅର୍ଥାତ ପ୍ରେମ କରିବାରେ ଓସ୍ତାଦ l ପ୍ରଥମ ସ୍ତ୍ରୀ ଏ. ଶଶୀ ଦିଗପହଣ୍ଡି ଆଠଗଡିଆ ସାହି ରେ ରହୁଥିବା ଏ.ଶଶୀ ଙ୍କୁ ପ୍ରେମ ବିବାହ କରିଥିଲେ ୭ ବର୍ଷ ତଳେ | କିନ୍ତୁ ଗତ ୨ ବର୍ଷ ତଳେ tv ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ l ମୃତ୍ୟୁ ବେଳକୁ ତାଙ୍କର ଏ. ତପସ୍ୟା ନାମକ ଏକ ଚାରି ବର୍ଷ ର ଝିଅ ଟି ଥିଲା | ସେ ମୃତ୍ୟୁ ତପସ୍ୟା ବାପା ଏ.ଦିବାକର ପୁଣି ଅନ୍ୟ ଏକ ପ୍ରେମରେ ଉବୁ ଡ଼ୁବୁ ହୋଇ କୁକୁଡାଖଣ୍ଡି ରେ ରହୁଥିବା ସାମl ତଅପୋଇ ବିବାହ ଥିଲେ | ଏହା ପରେ କୁକୁଡାଖଣ୍ଡିରେ ଶଶୁର ଘରେ ରହୁଥିଲେ | ପରେ ଗତ ୧୫ ଦିନ ତଳେ ଦିଗପହଣ୍ଡି ଥାନା ଅଞ୍ଚଳ ର ତେନ୍ତୁଳି ସାହି ରେ ଭଡା ଘରେ ରହୁଥିଲେ | ଗତ କାଲି ରାତ୍ରି ଏ. ଦିବାକର ଓ ଶ୍ୟାମ ତଅପୋଇ ଙ୍କ ମଧ୍ୟ୍ୟରେ ମନମାଳିନ ହୋଇ କ୍ରୋଧ ଚରମ ସୀମା ରେ ପହଂଚି ଥିଲା | କ୍ରୋଧ ର ଶିକାରରେ ବଳିପଡିଲା ୬ ବର୍ଷ ର ଝିଅ ଏ.ତପସ୍ୟା l ଯେତେବେଳେ ସକାଳେ ଗାଁ ଲୋକେ ଜାଣିଲେ ଉଭୟ ବାପା ମା ଙ୍କୁ ଦିଗପହଣ୍ଡି ଥାନା ରେ ହସ୍ତାନ୍ତର କରାଯାଇଛି | ଦିଗପହଣ୍ଡି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଶବ ବ୍ୟବଛେଦ ପରେ ସମ୍ପୂର୍ଣ ତଥ୍ୟ ବାହାରକୁ ଆସିବ ବୋଲି ସୂଚନା ଜଣାପଡିଛି |
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……