Report Card Odisha

| Daily Odia News

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବ ୩୬ ବିମାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ରାଜଧାନୀ କିବ୍‌ରେ ଫସିଥିବା ସମସ୍ତ ଭାରତୀୟ ନାଗରିକ ନିରାପଦରେ ବାହାରି ଆସିଛନ୍ତି। ଏହାପରେ ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବୈଦେଶିକ ବିଭାଗ ସଚିବ ହର୍ଷ ବର୍ଦ୍ଧନ ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ନାଗରିକମାନଙ୍କୁ ଆଣିବା ଲାଗି ଆସନ୍ତା ତିନି ଦିନ ମଧ୍ୟରେ ୩୬ଟି ବିମାନ ଯିବ। ଖାରକିଭ୍ ଏବଂ ୟୁକ୍ରେନର ଅନ୍ୟ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରସ୍ଥାନ ଲାଗି ଉଭୟ ରୁଷ ଏବଂ ୟୁକ୍ରେନକୁ ଅନୁରୋଧ କରାଯାଇଛି। ଆଜି ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଡାକି ବୈଦେଶିକ ବିଭାଗ ପକ୍ଷରୁ ଛାତ୍ର ମୃତ୍ୟୁ ସଂପର୍କରେ ଭାରତର ଉଦବେଗ ଜଣାଇ ଦିଆଯାଇଛି। ଆଜି ପୋଲାଣ୍ଡ ଏବଂ ରୋମାନିଆର ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଭାରତୀୟମାନେ ୟୁକ୍ରେନ ସୀମା ଅତିକ୍ରମ କରି ଏହି ଦୁଇ ଦେଶରେ ଆଶ୍ରୟ ନେଇଛନ୍ତି। ସେମାନଙ୍କର ସମସ୍ତ ସୁବିଧା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭାରତୀୟ ବିମାନ ଏହି ଦୁଇ ଦେଶକୁ ଯାଇ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶ ଆଣିବେ। ଏଥିଲାଗି ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି।

Breaking News