ରିପୋର୍ଟ କାର୍ଡ / ବାଲିପାଟଣା
ଏକତରଫା ପ୍ରେମ କରିବା ଯୁବକଙ୍କୁ ମହଙ୍ଗା ପଡିଛି | ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମଙ୍ଗଳବାର ଏକ ତରଫା ପ୍ରେମ କରିବା ଯୋଗୁ ଝିଅ ଘର ଲୋକ ଯୁବକ ଙ୍କୁ ମାଡ ମାରିଥିବା ସୂଚନା ମିଳିଛି । ଘଟଣା କ୍ରମରେ ବାବୁଲି ପ୍ରଧାନଙ୍କ ଝିଅକୁ ସୁନିଲ କୁମାର ସ୍ୱାଇଁ ଏକ ତରଫା ପ୍ରେମକରି ରାସ୍ତା ଘାଟରେ ହଇରାଣ ହରକତ୍ କରୁଥିଲେ । ତାଙ୍କୁ ଝିଅ ଘର ପକ୍ଷରୁ ପୂର୍ବରୁ ତାଗିଦ୍ କରାଯାଇଥିଲା ଏବଂ ସୁନିଲ ଏଭଳି ହଇରାଣ ନ କରିବା ପାଇଁ ଥାନାରେ ଲେଖିକି ଦେଇଥିଲେ ମଧ୍ୟ ଗତକାଲି ରାତିରେ ମନ୍ଦିରରକୁ ଯାଉଥିବା ସମୟରେ ଝିଅକୁ ଧମକାଇ ଥିଲା। ପରେ ଝିଅ କାନ୍ଦି କାନ୍ଦି ଆସି ଘରେ କହିଥିଲେ ଏଥିରେ ରାଗିଯାଇ ବାବୁଲି ପ୍ରଧାନ, ବିଶ୍ୱଜିତ ପ୍ରଧାନ ଏବଂ ସତ୍ୟଜିତ୍ ପ୍ରଧାନ ସୁନିଲ୍ଙ୍କୁ ମାଡ ମାରି ଆହତ କରିଥିଲେ । ଖବର ପାଇ ବାଲିପାଟଣା ଥାନା ପିସିଆର୍ କର୍ମଚାରି ପହଞ୍ଚି ଆହତ ସୁନିଲଙ୍କୁ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି ।






More Stories
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..