ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ସପ୍ତମ ଦିନରେ ପହଂଚିଛି | ଉଭୟ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ | ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି । ରୁଷର ସେନା ପକ୍ଷରୁ କିଭ୍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି। ଏହି ସମୟରେ ଦକ୍ଷିଣ-ପୂର୍ବରୁ ମଧ୍ୟ ଅନ୍ୟ ଏକ ସୈନ୍ୟ ଆଗକୁ ଯାଉଛନ୍ତି। ୟୁକ୍ରେନର ଖରସନ ସହରକୁ ରୁଷ ଚାରି ପଟୁ ଘେରି ରହିଛି। ଖରସନ ସହରର ସୀମାରେ ରୁଷ ସୈନିକ ରହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ଗତ ଛଅ ଦିନ ମଧ୍ୟରେ ୬ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି। ରୁଷ ପକ୍ଷରୁ ଆଜି ୟୁକ୍ରେନର ମିଲିଟାରୀ ହସ୍ପିଟାଲକୁ ଆକ୍ରମଣ କରାଯାଇଛି। ହସ୍ପିଟାଲ ଉପରେ ଆକ୍ରମଣ ପରେ ଖାରକିଭ୍ ରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୧୨ ଜଣ ଆହତ ହୋଇଛନ୍ତି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..