ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପଂଚାୟତ ନିର୍ବାଚନ ସରି ଫଳାଫଳ ବି ବାହାରିସାରିଛି | ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ ମାହୋଲ । ଆଜିଠାରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମହାନଗର ନଗମ, ପୌରପାଳିକା, ଏନଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ସ୍ଥାନୀୟ ଏଡିଏମଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ ହେବ ।
ତେବେ କଟକ ମ୍ୟୁନିସିପାଲିଟି କର୍ପୋରେସନ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କୁ କଂଗ୍ରେସ ଉପସ୍ଥାପିତ କରିଛି । ପୌର ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି । ଦୁଇଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପ୍ରାର୍ଥୀ ଚୟନ କରାଯିବ । ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ମାଇଁ କଂଗ୍ରେସ କେଉଁ ଚେହେରାକୁ ପାର୍ଥୀ ପାଇଁ ବାଛୁଛି ତାହା ଦେଖିବାକୁ ରହିଲା | କାରଣ ପଂଚାୟତ ନିର୍ବାଚନରେ ମାତ୍ର କଂଗ୍ରେସ ୩୭ଟି ଆସନ ପାଇଛି | ଶାସକ ଦଳ ବିଜେଡି ୭୪୩ଟି ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି | ପୌର ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ବଡ଼ ଚାଲେଞ୍ଜ ରହିଛି |
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..