ରିପୋର୍ଟ କାର୍ଡ / କଳାହାଣ୍ଡି / ନବରଙ୍ଗପୁର
ଆଜି କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ। ଭୂମିକମ୍ପର ଗଭୀରତା ୯ କିମି ରହିଥିବା ସୂଚନା ମିଳିଛି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..