ରିପୋର୍ଟ କାର୍ଡ / ରାୟଗଡ଼ା
୧୦ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା | ଜଣେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ମହାପାତ୍ରଙ୍କ ଠାରୁ ପେନସନ କରିବା ନିମନ୍ତେ ୧୦ ହାଜର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେ ୬ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ୩୦୦ ଟଙ୍କା ଓ ୨୯ ଜନ ଶିକ୍ଷକଙ୍କ ଏରିଅର କରିବା ନିମନ୍ତେ ୨୫୦ ଟଙ୍କା ଲେଖାଏ ସହ ମୋଟ ୧୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏନେଇ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାକର ମିଶ୍ର ରାୟଗଡ଼ା ଭିଜିଲାନ୍ସ ମିକଟରେ ଏତଲା ଦେଇଥିଲେ। ଯାହା ପରେ ରାୟଗଡ଼ା ଡିଏସପି ଆରଡି ନାୟକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବିଇଓଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……