Report Card Odisha

| Daily Odia News

ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା ହୋଇଛି । ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲେ | ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାପଲ୍ଲୀ ଥାନା ପୋଲିସ ମଦ୍ୟପ କାର୍‌ ଚାଳକକୁ ଅଟକ ରଖିଥିବା ଜଣାପଡିଛି |

 

Breaking News