ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୋଦ୍ଧରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଛି | କିଛି ଦିନ ପୂର୍ବରୁ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା | ଆଜି ୟୁକ୍ରେନର ରାଜଧାନୀ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗୁରୁବାର ଦିନ ପୋଲାଣ୍ଡର ରେଜୋ ବିମାନବନ୍ଦରରେ ଏହି ସୂଚନା ଦେଇଛନ୍ତି । ଭି.କେ ସିଂ କହିଛନ୍ତି, କିଭର ଜଣେ ଛାତ୍ରଙ୍କୁ ଗୁଳି ଚଳାଇଥିବାର ଖବର ମିଳିଛି । ତାଙ୍କୁ ତୁରନ୍ତ କିଭ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି, “ଭାରତୀୟ ଦୂତାବାସ ଅଗ୍ରାଧିକାର ଭିତ୍ତିରେ ଏହା ସ୍ପଷ୍ଟ କରିସାରିଛି ଯେ ସମସ୍ତେ କିଭ ଛାଡିବା ଉଚିତ୍ । ଯୁଦ୍ଧ ହେଲେ ଗୁଳି ବିନିମୟ କାହାର ଧର୍ମ ଏବଂ ଜାତୀୟତାକୁ ଦେଖେ ନାହିଁ।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..