ରିପୋର୍ଟ କାର୍ଡ / ଭୁବନେଶ୍ୱର
ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଆଜିଠୁ ୫ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ | ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଗୁଆହାଟୀ ମହିଳାଙ୍କୁ ଠକେଇ ମାମଲାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ରିମାଣ୍ଡ ବେଳେ ରମେଶର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ । ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲାର ରୁଜୁ ହେଲାଣି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..