ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ଅଶାନ୍ତ ହୋଇପଡୁଛି | ଦିନକୁ ଦିନ ଅପରାଧ ସହ ଅପରାଧୀଙ୍କ ଗଡ ପାଲଟିଛି | ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏକ ନିର୍ମାଣଧିନ ଘର ଭିତରୁ ଯୁବକଙ୍କ କ୍ଷତାକ୍ତ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ମୃତଦେହକୁ ଇଟା ତଳେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ପଳାଶୁଣି ଅଞ୍ଚଳର ମୁକେଶ ଚୌଧୁରୀ ବୋଲି ଜଣାପଡିଛି। ସେ ଶ୍ରମିକ ଭାବେ କାମ କରନ୍ତି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..