ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଥିବା ବେଳେୟୁକ୍ରେନର ଜପୋରିଜିୟା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି। ଆକ୍ରମଣ ପରେ ପ୍ଲାଣ୍ଟରେ ଭୀଷଣ ନିଆଁ ଲାଗି ଯାଇଛି। ରୁଷ ସେନା ୟୁକ୍ରେନର ଅନେକ ସହରରେ ଦ୍ରୁତ ଗତିରେ ଆକ୍ରମଣ ଜାରି ରଖିଛି । ଏହାମଧ୍ୟରେ ଚର୍ନୀହୀବରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜଧାନୀ କିଭ୍ ଛାଡୁଥିବା ସମୟରେ ଜଣେ ଭାରତୀୟ ଛାତ୍ର ଗୁଳି ମାଡର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କିଭ୍ ରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ସୂଚନା ଦେଇଛନ୍ତି। ଯୁଦ୍ଧ ଭୟଙ୍କର ସ୍ଥିତି ଆଡକୁ ଗତି କରୁଥିବା ବେଳେ ସମସ୍ତ ଭାରତୀୟଙ୍କୁ କିଭ୍ ଓ ଖାରକିଭ ଛାଡିବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଭାରତ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଯାଏଁ ୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇ ସାରିଛି।






More Stories
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..