ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନ୍ଡିଆର୍ଏଫ୍ ପାଣ୍ଠିରୁ ଓଡିଶାକୁ କିଛି ମିଳିବ ନାହିଁ | କାରଣ ଏନ୍ଡିଆର୍ଏଫ୍ ପାଣ୍ଠିରୁ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଏହି ସହାୟତା ଘୋଷଣା ହୋଇଛି। ତେବେ ଓଡ଼ିଶା ପାଇଁ କୌଣସି ସହାୟତା ଘୋଷଣା କରାଯାଇ ନାହିଁ। ୨୦୨୧ରେ ବନ୍ୟା ଓ ଭୂସ୍ଖଳନ କ୍ଷୟକ୍ଷତି ବାବଦରେ ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ପୁଡୁଚେରୀକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ବାବଦରେ ୧,୬୮୨.୧୧ କୋଟି ଟଙ୍କା ମଂଜୁର କରାଯାଇଛି। ଆନ୍ଧ୍ର ପ୍ରଦେଶକୁ ୩୫୧.୪୩ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୧୧୨.୧୯ କୋଟି ଟଙ୍କା, କର୍ଣ୍ଣାଟକକୁ ୪୯୨.୩୯ କୋଟି ଟଙ୍କା, ମହାରାଷ୍ଟ୍ରକୁ ୩୫୫.୩୯ କୋଟି ଟଙ୍କା, ତାମିଲନାଡୁକୁ ୩୫୨.୮୫ କୋଟି ଟଙ୍କା ଓ ପୁଡୁଚେରୀକୁ ୧୭.୮୬ କୋଟି ଟଙ୍କା ମଂଜୁର ହୋଇଛି। ଉପରୋକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ବିପର୍ଯ୍ୟୟ ପରେ ରାଜ୍ୟ ସରକାରଙ୍କ ସ୍ମାରକପତ୍ରକୁ ଅପେକ୍ଷା ନକରି କେନ୍ଦ୍ରୀୟ ଟିମ ପଠାଯାଇଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଗତ ବର୍ଷ ଡିସେମ୍ବରରେ ବାତ୍ୟା ‘ଯୱାଦ’ର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶା ଯାଇଥିଲେ। ପ୍ରଭାବିତ ୧୨ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଆଲୋଚନା ବେଳେ କେନ୍ଦ୍ରୀୟ ଟିମ ମୁଖ୍ୟ ସୌରଭ ରାୟ କହିଥିଲେ, ବାତ୍ୟା କ୍ଷୟକ୍ଷତି ପାଇଁ ଓଡ଼ିଶାର ଉପକୂଳ ଜିଲ୍ଲାର ଚାଷୀମାନେ କ୍ଷତିପୂରଣ ପାଇବା ପାଇଁ ହକ୍ଦାର। ହେଲେ ଅତିରିକ୍ତ ସହାୟତା ବାବଦରେ କେନ୍ଦ୍ରୀୟ ଟିମଙ୍କ ରିପୋର୍ଟକୁ ବିଚାରକୁ ନିଆଯାଇଛି କି ନାହିଁ ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ।






More Stories
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..