Report Card Odisha

| Daily Odia News

ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା BJP….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହେଲେ ଡ.ସୁନୀତି ମୁଣ୍ଡ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା  ହୋଇଛି । ବିଜେପି ପାଇଁ ସୁନୀତି ମୁଣ୍ଡଙ୍କୁ ବିଏମସି ମେୟର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ଏଥର ପୌର ପରିଷଦ ଓ ମହାନଗର ନିଗମରେ ମେୟର ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରିପାରିବେ। ଏହି ପରିପ୍ରେକ୍ଷୀରେ ‌ପୌର ଓ ମହନଗର ନିଗମ ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ମେୟର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡି ପକ୍ଷରୁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବାବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି। ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି ମୁଣ୍ଡ। ତାଙ୍କର ଏକ ଟ୍ରଷ୍ଟ ରହିଛି ଯାହାର ନାଁ ଦକ୍ଷ ୱେଲଫେୟରା ଟ୍ରଷ୍ଟ। ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି । ଓଡିଆରେ ଏମଏ ଓ ସାମ୍ବାଦିକ କ୍ଷେତ୍ରରେ କାମ ମଧ୍ୟ କରିଛନ୍ତି। ଆଜି ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ନାମ ଘୋଷଣା କରିଛନ୍ତି।

Breaking News