Report Card Odisha

| Daily Odia News

‘ନାଟୋ’ଠାରୁ ଧୋକ୍କା ପାଇବା ପରେ ବର୍ଷିଲେ ଜେଲେନସ୍କି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ଓ ନାଟୋର ଆଶ୍ବାସନାରେ ସୁପରପାଓ୍ବାର ରୁଷ ସହ ଯୁଦ୍ଧ ଲଢୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ବଡ ଝଟକା । ନାଟୋ ଘୋଷଣା କରିଛି ଯେ, ୟୁକ୍ରେନ୍‌ରେ ‘ନୋ ଫ୍ଲାଇ ଜୋନ୍’କୁ ଲାଗୁ କରିବ ନାହିଁ। ନାଟୋର ଏହି ନିଷ୍ପତ୍ତି ଉପରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି ଖୁବ୍ ରାଗି ଯାଇଛନ୍ତି। ୟୁକ୍ରେନ୍‌ର ରାଷ୍ଟ୍ରପତି ନାଟୋର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ଏହାଦ୍ବାରା ଏବେ ରୁଷକୁ ୟୁକ୍ରେନର ସହର ଓ ଗାଁ ଉପରେ ବୋମା ମାଡ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ସେ ଏହା ମଧ୍ୟ କହିଛନ୍ତି ଯେ, କିଏଭରେ ମୁଁ ରହିଛି ଓ ୟୁକ୍ରେନ୍ ଛାଡିକି ଯିବିନି। ଯଦି ୟୁକ୍ରେନ୍‌ର ପତ୍ତନ ହୁଏ ତେବେ ପୁରା ୟୁରୋପର ମଧ୍ୟ ପତ୍ତନ ହେବ। ଜେଲେନସ୍କି କହିଛନ୍ତି, ପାଶ୍ଚାତ୍ୟ ଦେଶର ସେନା ସଂଗଠନ ନାଟୋକୁ ଜଣାଅଛି ଯେ, ରୁଷ ଏବେ ଆହୁରି ଅଧିକ ଆକ୍ରମଣ କରିବାକୁ ଯାଉଛି। ଯେତେବେଳେ ଏହା ଜଣାପଡେ ଯେ, ନୂଆ ଆକ୍ରମଣ ହେବ ଓ ଆହୁରି ମୃତ୍ୟୁ ହେବାକୁ ଯାଉଛି, ନାଟୋ ଜାଣିଶୁଣି ୟୁକ୍ରେନ୍‌ର ବାୟୁ ସୀମାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଆଜି ନାଟୋର ମୁଖ୍ୟମାନେ ନୋ ଫ୍ଲାଇଂ ଜୋନ୍ କରିବାର ଦାବିକୁ ଖାରଜ କରି ୟୁକ୍ରେନ୍ ସହର ଓ ଗୋଆରେ ଆହୁରି ଅଧିକ ଆକ୍ରମଣ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। କିଏଭରେ ନିଜର କାର୍ଯ୍ୟାଳୟରେ କଥିତ ଭାବରେ ଭିଡିଓ ବାର୍ତ୍ତା ଜାରି କରି ଜେଲେନସ୍କି ନାଟୋକୁ କହିଛନ୍ତି, ଆଜିଠାରୁ ଯେଉଁ ଲୋକ ମରିବେ,ସେ ଆପଣଙ୍କ(ନାଟୋ) କାରଣରୁ ମରିବେ। ଆପଣଙ୍କ ଦୁର୍ବଳତା ଯୋଗୁଁ, ଆପଣଙ୍କ ଅଲଗା ନୀତି କାରଣରୁ।’ ଯେଉଁମାନେ କହିଛନ୍ତି ଯେ, ନାଟୋର ଆଜି ଶିଖର ସମ୍ମିଳନୀ ହୋଇଛି, ଯାହାକି ବହୁତ ଦୁର୍ବଳ। ଏକ ଭ୍ରମିତ ଶିଖର ସମ୍ମିଳନୀ। ଏଭଳି ଏକ ସମ୍ମିଳନୀ, ଯେଉଁଥିରେ ସମସ୍ତ ଲୋକ ସହମତ ନୁହନ୍ତି ଯେ ସ୍ବାଧୀନତା ୟୁରୋପ ପାଇଁ ଏକ ନମ୍ବର ଲକ୍ଷ୍ୟ। ସମସ୍ତ ଗୁଇନ୍ଦା ଏଜେନ୍ସି ଶତ୍ରୁର ଯୋଜନା ବିଷୟରେ ଅଜଣା ରହିଛି। ସେ ଏହା କହୁଛନ୍ତି ଯେ, ରୁଷ ନିଜର ଆକ୍ରାମକ ଅଭିଯାନକୁ ଜାରି ରଖିବାକୁ ଚାହେଁ। ନାଟୋ ଜାଣିଶୁଣି ୟୁକ୍ରେନ୍‌ର ବାୟୁ ସୀମାକୁ ବନ୍ଦ କରିନି। ଯଦି ୟୁକ୍ରେନ୍ ବଞ୍ଚିବନି ତେବେ ପୁରା ୟୁରୋପ ବି ବଞ୍ଚିବନି। ଯଦି ୟୁକ୍ରେନ୍‌ର ପତ୍ତନ ହୁଏ ତେବେ ପୁରା ୟୁରୋପର ପତ୍ତନ ହେବ। ଜେଲେନସ୍କିଙ୍କ ଏହି ଭିଡିଓ ସେତେବେଳେ ଆସିଛି ଯେତେବେଳେ ୟୁକ୍ରେନର ରାଜଧାନୀ କିଭ ଓ ଅନ୍ୟ ସହରକୁ ରୁଷ ସେନା ଘେରି ଦେଇଛି।

Breaking News