ରିପୋର୍ଟ କାର୍ଡ / କୋଦଳା
ଚଳିତ ମାସ ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ କୋଦଳା ଏନଏସି ରେ ପ୍ରଥମ ଓ ଦ୍ବିତୀୟ ଦିନରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିଲା। ତେବେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋଦଳା ଏନଏସି ର ଓ୍ବାର୍ଡ ନମ୍ବର ୧୧ ରୁ ମହିଳା ପ୍ରାର୍ଥୀନୀ ରଶ୍ମିରାଣୀ ପାଢୀ ଅଧ୍ଯକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୭ ନମ୍ବର ଓ୍ବାର୍ଡରୁ କବି ସାହୁ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ଯକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଚତୁର୍ଥ ଦିବସରେ କେହି ନାମାଙ୍କନ ପତ୍ର ପ୍ରଦାନ କରି ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନାହିଁ । ସେପଟେ ବିଜେଡ଼ି ପକ୍ଷରୁ ଆଶାୟୀଙ୍କ ତାଲିକା ଅଧିକ ରହୁଥିବା ଜଣାପଡିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୬ ତାରିଖରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେପିରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ମିଳିଛି। ୨ ଦିନ ମଧ୍ୟରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ସୂଚନା ମିଳିଛି। କଂଗ୍ରେସ ପକ୍ଷରୁ ଯୁବ ପ୍ରାର୍ଥୀ ଚୟନ ହୋଇଥିବା ଜଣାପଡିଛି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..