ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା । ୧୮୯୯ଟି ଓ୍ୱାର୍ଡରେ ହେବ ପୌର ନିର୍ବାଚନ । ଏଥିପାଇଁ ୪୪୭୫ଟି ବୁଥ୍ ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ଭୋଟ୍ ଦେବେ । ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି । ଏହାପରେ ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ଯାଞ୍ଚ , ୧୪ ସୁଦ୍ଧା ପ୍ରାର୍ଥୀ ପତ୍ର ପତ୍ୟାହର । ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ।ତେବେ ଏଥର ନିର୍ବାଚନ ଇଭିଏମ୍ରେ କରାଯିବ । ପ୍ରତିଟି ବୁଥ୍ରେ ୨ଟି ଲେଖାଏଁ ଇଭିଏମ୍ ରଖାଯିବ । ଗୋଟିଏ କାଉନ୍ସିଲର/କର୍ପୋରେଟରଙ୍କ ରହିବାକୁ ଥିବା ବେଳେ ଆଉ ଗୋଟିଏ ମେୟର/ପୌରାଧ୍ୟକ୍ଷଙ୍କ ରହିବ । ଇଭିଏମ୍କୁ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ସିସିଟିଭ୍ ସର୍ଭିଲାନ୍ସରେ ଷ୍ଟ୍ରଙ୍ଗ ରୁମ୍କୁ ରଖାଯିବ । ସେହିପରି ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ । ଏଥରକ ନିର୍ବାଚନରେ କୌଣସି କୋଭିଡ ସଂପର୍କିତ କଟକଣା ରହିବନାହିଁ । ଏହାପରେ ସ୍ଥିତି ଦେଖି ନିୟମରେ ପରିବର୍ତ୍ତନ କରାଯାଇପାରେ । ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ବାଲାଟ ପେପର ଜରିଆରେ ନିଜର ଭୋଟ ଦେବେ ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..