Report Card Odisha

| Daily Odia News

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୨ ମୃତ ,୨୩ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀନଗର ସହରର ଅମୀରାକଦଲ ଅଞ୍ଚଳରେ ରବିବାର ଆତଙ୍କବାଦୀ ଗ୍ରେନେଡ ଆକ୍ରମଣରେ ୨ ନାଗରିକଙ୍କର ମୃତ୍ୟୁ ଘଟି ଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁଲିସକର୍ମୀ ଓ ୧୭ ଜଣ ମହିଳା ରହିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା କରାଯାଉଛି। ସିସିଟିଭ କ୍ୟାମେରାରୁ ପୁଲିସଙ୍କୁ ଆତଙ୍କବାଦୀ ବିଷୟରେ ପ୍ରାଥମିକ ସୂଚନା ମିଳିଛି। ପୋଲିସ ଙ୍କ କହିବାନୁଯାୟୀ, ସନ୍ଧ୍ୟା ସମୟରେ ଆତଙ୍କବାଦୀ ଦ୍ୱାରା ଅମୀରାକଦଲ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରାଯାଇଛି। ରାସ୍ତାରେ ଗ୍ରେନେଡ ଫାଟି ଏହାର ପ୍ରଭାବରେ ନିକଟରେ ଯାଉଥିବା ଲୋକଙ୍କ ଉପରେ ପଡିଥିଲା। ବିସ୍ଫୋରଣ ପରେ ଲୋକେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୋକଙ୍କ ଚିତ୍କାର ଶୁଣାଯାଇଥିଲା। ଏହା ମଧ୍ୟରେ ସିଆରପିଏଫ, ପୁଲିସ ଅଧିକାରୀ, ସେନା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଯାତାୟତର ରାସ୍ତାକୁ ମଧ୍ୟ ବନ୍ଦ ରଖାଯାଇଛି। ଘଟଣାପରେ ପୁଲିସ ନିକଟରେ ଥିବା ସିସିଟିଭ କ୍ୟାମେରାର ଫୁଟେଜ ଯାଞ୍ଚ କରି ଏହା ମାଧ୍ୟମରେ ଆତଙ୍କବାଦୀ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Breaking News