ରିପୋର୍ଟ କାର୍ଡ / ଭୁବନେଶ୍ୱର
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆଜି ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି | ଭବାନୀପାଟଣାର ଭିଜିଲାନ୍ସର ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ଆଦେଶ ବଳରେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଉ ହୋଇଛି | ବିଶ୍ୱସ୍ତ ସୂଚନା ଆଧାରରେ ଭୁବନେଶ୍ୱରସ୍ଥିତ ଆର୍ଯ୍ୟପଲ୍ଲୀରେ ପ୍ଲଟ୍ ନଂ ଏସ୍ବି-୦୭ ରେ ଥିବା ଆବାସିକ ଘର, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ପୋଲିସ ସୀମା ଅନ୍ତର୍ଗତ ବିଶ୍ୱନାଥପୁରସ୍ଥିତ ଘର, ଖୋର୍ଦ୍ଧାଠାରେ ଥିବା କ୍ରସର୍ ୟୁନିଟ୍,କଳାହାଣ୍ଡି ନିକଟ ପୋଖରୀବନ୍ଧରେ କ୍ରସର ୟୁନିଟ୍, ତାଙ୍କ ଅଫିସରେ ଚଢ଼ାଉ ଚାଲିଛି। ଅଧିକ ତଦନ୍ତ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ ।






More Stories
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..
ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ ମୋଦି…..