Report Card Odisha

| Daily Odia News

ମୁଁ ଲୁଚିନାହିଁ କି କାହାକୁ ଭୟ କରୁନି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ-ୟୁକ୍ରେନ୍‌ ଯୁଦ୍ଧ ଏହା ଭିତରେ ୧୩ ଦିନରେ ପହଞ୍ଚିଛି। ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ନିଜର ଲୋକେସନ୍‌ ସେୟାର୍‌ କରିଛନ୍ତି। ସେ ଏହି ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି କି ‘ମୁଁ ଲୁଚିନାହିଁ କି ମୁଁ କାହାକୁ ଭୟ କରୁ ନାହିଁ। ମୁଁ କିବ୍‌ର ବ୍ୟାଙ୍କୋବା ରାସ୍ତାରେ ରହୁଛି।’ ବୋଲଡିମିର ଜେଲେନ୍‌ସ୍କି ତାଙ୍କ ଡେସ୍କରେ ବସିଛନ୍ତି। ଡେସ୍କ କଡ଼ରେ ଏକ ୟୁକ୍ରେନ ପତାକା ରଖାଯାଇଛି ଓ ସେ ଏକ ଭିଡିଓରେ ଏପରି କହୁଥିବାର ଶୁୁଣିବାକୁ ମିଳିଛି। ସେ ଆହୁରି ବି କହିଛନ୍ତି ଯେ ‘ଆଜି ଆମ ସଂଗ୍ରାମର ଦ୍ବାଦଶ ସଂଧ୍ୟା। ଆମେ ସମସ୍ତେ କିବ୍‌ରେ ଅଛୁ ଓ କାମ କରୁଛୁ। ମୋ ଦଳ ମୋ ସହ ଅଛନ୍ତି।’ ଏହା ବ୍ୟତୀତ ରୁଷ ସହ ଯୁଦ୍ଧ ମୁକାବିଲା କରିଥିବାରୁ ସେ ୟୁକ୍ରେନର ସେନା ବାହିନୀକୁ କୃତଜ୍ଞତା ଜଣାଇଛନ୍ତି। ଏହି ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି ସେ ତାଙ୍କର ବିଶ୍ବାସ ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ରୁଷର ରାଷ୍ଟ୍ରପତି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଯୁଦ୍ଧ ହେବା ପରଠାରୁ ପ୍ରାୟ ୩୩୦ରୁ ଊର୍ଧ୍ବ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୧.୫ ମିଲିୟନ୍‌ରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଳାଇଛନ୍ତି।

Breaking News