ରିପୋର୍ଟ କାର୍ଡ / ବ୍ରହ୍ମହପୁର
ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ କରିଛି । ଯନ୍ତ୍ରୀଙ୍କ ବ୍ରହ୍ମପୁର ଆମ୍ବପୁଅ ସ୍ଥିତ କାର୍ଯ୍ୟାଳୟ ସମେତ, ବ୍ରହ୍ମପୁର ଗଜପତି ନଗର ୮ମ ଲାଇନ ସ୍ଥିତ ୪ ମହଲା କୋଠା, ୧୧ ଲାଇନ ସ୍ଥିତ ୫ ମହଲା କୋଠା, ଭୁବନେଶ୍ୱର ଏମସ ନଗର ୩ୟ ଲାଇନ ସ୍ଥିତ ୪ ମହଲା କୋଠା, ଛତ୍ରପୁର ପୁତବଗଡ଼ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢଉ ଜାରି ରହିଛି । ଏହି ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୪ ଡିଏସପି, ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଯନ୍ତ୍ରୀଙ୍କ ଘରୁ ନଗଦ ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଚଢାଉ ଜାରି ରହିଥିବା ସୂଚନା ମିଳିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….