ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ହୃଦୟ ବିଦାର ଖବର ମିଳିଛି | ଜନ୍ମ ସମୟରେ ଉପର ମାଢ଼ିରେ ଦାନ୍ତ ଉଠିଥିବାରୁ ଗ୍ରହମନ୍ଦ ଏବଂ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସମ୍ପୃକ୍ତା ୧୦ବର୍ଷ ବୟସର କନ୍ୟାଙ୍କୁ ଏକ କୁକୁର ସହିତ ବିବାହ କରାଇ ଦିଆଯାଇଛି। ଆଦିବାସୀବହୁଳ ଗ୍ରାମଗୁଡ଼ିକରେ ଅନ୍ଧବିଶ୍ୱାସ କାରଣରୁ ପ୍ରତିବର୍ଷ ଏଭଳି ଅନେକ ନାବାଳିକାଙ୍କୁ କୁକୁର ସହ ବିବାହ କରାଇ ଦିଆଯାଉଛି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନିକଟରେ ସୂଚନା ଥିଲେ ହେଁ ସଚେତନତା ସୃଷ୍ଟି ଦିଗରେ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଆଦିବାସୀବହୁଳ ଅଞ୍ଚଳରେ ଜବଜାତକଙ୍କୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ଦାନା ବାନ୍ଧିଛି। ଜନ୍ମ ସମୟରେ ଯଦି କୌଣସି ଶିଶୁର ଦାନ୍ତ ଉଠିଥାଏ, ତେବେ ଏହାକୁ ଗ୍ରହଚକ୍ର ଖରାପ ବୋଲି ଧରି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ନିର୍ଯାତନା ଦେଉଛନ୍ତି । ଭବିଷ୍ୟତରେ ଶିଶୁ ଜୀବନ ଉପରେ ବିପଦ ଥିବା ଘର ଲୋକେ ଆଶଙ୍କା ବ୍ୟକ୍ତ କରିଥାଆନ୍ତି। ଗ୍ରହଦୋଷରୁ ମୁକ୍ତି ପାଇଁ ଏଭଳି ଶିଶୁଙ୍କୁ ବାଲ୍ୟାବସ୍ଥାରେ କୁକୁର ସହିତ ବିବାହ କରାଇ ଦିଆଯାଇଥାଏ। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଲାଗି ବ୍ଲକର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯିବ।
More Stories
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ….
ଗଛରୁ ୨ ଝୁଲନ୍ତା ମୃତଦେହ ଉଦ୍ଧାର….
ଭିଜିଲାନ୍ସ ଜାଲରେ ଆରଆଇ…..