ରିପୋର୍ଟ କାର୍ଡ / ସମ୍ବଲପୁର
ଭିଜିଲାନ୍ସ ଜାଲରେ ଟାଟା ପାୱର ପରିଚାଳକ । ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୩ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ତେବେ ସମ୍ବଲପୁର ଘର, ବୁର୍ଲା ଅଫିସ ଓ ବରଗଡ଼ ପୈତୃକ ଘରେ ରେଡ୍ ଚାଲିଥିବା ଜଣାପଡିଛି । ଏପର୍ଯ୍ୟନ୍ତ ସନ୍ତୋଷଙ୍କ ଘରୁ ନଗଦ ୬ଲକ୍ଷ ୨୮ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି । ୬ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଅଛନ୍ତି ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..