ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୪ଜଣ ରହଛନ୍ତି । ସଂଗରୋଧ କେନ୍ଦ୍ରରୁ ୬୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୪୩ ଜଣ । ଆଜି ରାଜ୍ୟର ୯ ଜିଲ୍ଳାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅର୍ଥାତ୍ ୨୧ ଜିଲ୍ଲାରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ଆଉ ୧୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଖ୍ୟା ୧୨,୮୬,୪୫୭କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ୍ ୧୨,୭୬, ୨୮୫ ଜଣ ସୁସ୍ଥ ହୋଇଥିବା ବେଳେ, ଏକ ହଜାର ୧୪ ସକ୍ରିୟ ମାମଲା ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |






More Stories
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….
ତିରିଂ ଅଞ୍ଚଳରେ ଡବଲ ମର୍ଡର ……