ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା ଅଭାବନୀୟ କାଣ୍ଡ କୁନେଇ ଅନେକ ରାଜନୀତି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି | କଂଗ୍ରେସ ଦୋଷୀଙ୍କୁ ତୁରନ୍ତ ଗିରଫ କରରିବାକୁ ଦାବିକରିଛି | ସେପଟେ ଶାସକ ଦଳ ବିଜେଡି ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା କାଣ୍ଡକୁ ନିନ୍ଦା କରିଛି | କହିଛି କି ଗଣତନ୍ତ୍ରରେ ହିଂସାକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ । କୌଣସି ବିଧାୟକ ହୁଅନ୍ତୁ ବା ସାଧାରଣ ନାଗରିକ । ଯେଉଁମାନେ ଅବିଚାରିତ ଭାବେ ଆକ୍ରମଣ କରୁଛନ୍ତି, ତାହା ନିନ୍ଦାର କଥା ବୋଲି କହିଛନ୍ତି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ଜଣେ ବିଧାୟକଙ୍କ ସାନ ଭାଇ, ସେ ଆଜି ମେଡିକାଲରେ ଅଛନ୍ତି । ଦୁଃଖର କଥା । ଏଭଳି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନ୍ୟ ଦଳ ବି ନିନ୍ଦା କରିବା ଉଚିତ । ଯିଏ ଯେଉଁଥିରେ ହିଂସା କାଣ୍ଡ କରିବ, ତାହା ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ ଯେ, ଶନିବାର ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ବ୍ଲକ ସାମ୍ନାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଯେଉଁଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିଧାୟକଙ୍କ ଏଭଳି କାରନାମା ଦେଖି ଉତ୍ୟକ୍ତ ହୋଇପଡିଥିଲେ ସ୍ଥାନୀୟଲୋକେ । ବିଧାୟକଙ୍କୁ ଗାଡି ଭିତରରୁ ଟାଣିଆଣିଥିଲେ ଉତ୍ୟକ୍ତ ଲୋକେ ଏବଂ ଆକ୍ରମଣ କରିଥିଲେ । ଏଥିରେ ବିଧାୟକ ଆହତ ହୋଇଛନ୍ତି । ବିଧାୟକଙ୍କ ମଧ୍ୟ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..