ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ର ଦମ୍ଦାର ବିଜୟ ହୋଇଛି | ନିର୍ବାଚନ ପରେ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ। ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିବେ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହୋଲି ପରେ ହୋଇପାରେ ବୋଲି ଜଣାପଡିଛି। ଏହାପୂର୍ବରୁ ମାର୍ଚ୍ଚ ୧୦ରେ ହୋଇଥିବା ମତଗଣନାରେ ବିଜେପି ବହୁ ମାତ୍ରାରେ ୨୭୩ ଆସନରେ ଜିତି ଦମଦାର ବିଜୟ ହାସଲ କରିଥିଲା। ଏହା ପରେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ଇସ୍ତଫା ଦେଇଛନ୍ତି। ଭୋଟ୍ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ସାକ୍ଷାତ ହେବ।
More Stories
ଆଜି ଶପଥ ନେବେ କାନାଡ଼ା ପ୍ରଧାନମନ୍ତ୍ରୀ…..
ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..