ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ପୁଲିସ ମୁଖିଆ ମନୋନୟନ ମାମଲାରେ ଓଡ଼ିଶା ସରକାରଙ୍କ ଜବାବରେ ତଥ୍ୟ ଲୁଚାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଚିଠିର ନକଲ ସଂଲଗ୍ନ କରାନଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ପୂର୍ବରୁ ରବିବାର ସନ୍ଧ୍ୟାରେ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜବାବର ତଥ୍ୟାବଳୀ ଉପରେ ପ୍ରଶ୍ନ କରାଯାଇଛି। ଆବେଦନକାରୀଙ୍କ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି ଯେ ଓଡ଼ିଶା ସରକାରଙ୍କ ଜବାବରେ ଯଦିଓ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ଡିଜିପି ନିଯୁକ୍ତି ସମ୍ପର୍କିତ ୨୦୨୬ ଫ୍ରେବୃଆରୀ ୯ ଚିଠି ବିଷୟ ଉଲ୍ଲେଖ ରହିଛି, କିନ୍ତୁ ଏହାର ନକଲ ସଂଲଗ୍ନ କରାଯାଇନାହିଁ। ଚିଠିରେ ଗୋଟିଏ ଡିଜିପି ଲେବୁଲ-୧୬ ସ୍ତରର ଏକ୍ସ-କ୍ୟାଡର୍ ପଦ ସମେତ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡର୍ ପଦ ସୃଷ୍ଟି ଲାଗି ଓଡ଼ିଶା ସରକାରଙ୍କ ଅନୁରୋଧକୁ ନାକଚ କରି ଦିଆଯାଇଥିଲା।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଘଡ଼ଘଡ଼ି ସହ ପ୍ରବଳ ବର୍ଷା….