Report Card Odisha

| Daily Odia News

ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ବିଧି-ବିଧାନ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସନ୍ମାର୍ଗୀ ହେବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ଧୀର, ସ୍ଥିର ସ୍ବଭାବର ହେବେ। କୃଷି କର୍ମରୁ ଲାଭବାନ୍‌ ହେବେ।

ବୃଷ : ଧନ-ସମ୍ପଦ ପ୍ରାପ୍ତି ସହିତ ସର୍ବ ସୁଖ ଭୋଗ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଧର୍ମ ଅର୍ଜନ ପାଇଁ ତତ୍ପର ହେବେ। ପ୍ରେମୀ ଓ ସାହସୀ ହେବେ। ଆତ୍ମବିଶ୍ବାସୀ ହୋଇପାରନ୍ତି।

ମିଥୁନ : ଆଶାବାଦୀ ହେବେ। ଗୁରୁକୃପା ଲାଭ କରିବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ବହୁ ମିତ୍ରଙ୍କ ସହାୟତା ମିଳିବ। ଭାଗ୍ୟଲକ୍ଷ୍ମୀଙ୍କ ସୁଦୟା ରହିଛି।

କର୍କଟ : ଉପୁଜିଥିବା ସଂକଟ ଦୂର ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବ।
ସିଂହ : କାର୍ଯ୍ୟକ୍ଷେତ୍ରରେ ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଓ ମାନସିକ ସ୍ତରରେ ମାନ୍ଦାଭାବ ଉଦ୍ରେକ ହୋଇପାରେ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମଧୁର କଥା କହି ପରକୁ ଆପଣାର କରିବେ।

କନ୍ୟା : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅସାଧ୍ୟ ସାଧନ କରିପାରନ୍ତି।

ତୁଳା : କାର୍ଯ୍ୟରେ ସଫଳତା ଲାଭ କରିବେ। ଚେଷ୍ଟା ଶୁଭପ୍ରଦ ହେବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

ବିଛା : ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ଭ୍ରମଣ ଯୋଗ ଅଛି। ଭାଗ୍ୟଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ରହିଛି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ଧନୁ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉନ୍ନତି ମୂଳକ କାର୍ଯ୍ୟର ନେତୃତ୍ବ ନେଇପାରନ୍ତି। ଶତ୍ରୁକୁ ପରାଜିତ କରି କ୍ଷମା ପ୍ରଦାନ କରିପାରନ୍ତି। ସାରାଦିନ ସତର୍କରେ ଚଳିବେ।

ମକର : ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ ସମ୍ପାଦନ କରିବେ। ଉପୁଜିଥିବା ସମସ୍ୟା ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ସେବା କାର୍ଯ୍ୟରେ ମନ ବଳାଇ ପାରନ୍ତି। ଧୈର୍ଯ୍ୟଶୀଳ ହେବେ। ପତ୍ନୀଙ୍କ ଅଧୀନ ହେବେ।

କୁମ୍ଭ : ନିର୍ଭରଶୀଳ ନ ହୋଇ ନିଜ ଇଚ୍ଛାରେ ଉଚିତ୍‌ କାର୍ଯ୍ୟ କରିବେ। ଆଶା ଫଳବତୀ ହେବ। ସମସ୍ୟା ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବ।
ମୀନ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

 

Breaking News