ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାଷା ସାହିତ୍ୟ ସବୁବେଳେ ସମୟର ସହ ଗତିଶୀଳ। ଭାଷା ଗୋଟିଏ ଜାତିର ଅନ୍ତଃସ୍ରୋତ ଓ ସାହିତ୍ୟ ସମାଜର ଦର୍ପଣ । ତେବେ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହାର ବ୍ୟାପକ ବ୍ୟବହାର ହେବା ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ଜୟଭାରତ ଭବନରେ ‘ସାହିତ୍ୟାୟନ’ର ଶୋଡଶ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଥିଲା। ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରୋ ଅନୁଷ୍ଠିତ ଏହି ସମାରୋହରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ,ଭଗବାନ ପ୍ରକାଶ ଓ ପ୍ରଫେସର ନିତ୍ୟାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୨୦୨୦ ଓ ୨୦୨୧ ମସିହା ପାଇଁ ଅଧ୍ୟାପକ ବିଶ୍ବରଞ୍ଜନ ଡ. ବସନ୍ତ କୁମାର ତ୍ରିପାଠୀ, ଲିଙ୍ଗରାଜ ମହାନ୍ତି ଓ ଭାଷାବିତ୍ ଦେବାଶିଷ ମହାପାତ୍ର ଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସମ୍ପାଦକ ସଂଜୟ ମହାନ୍ତି ବିବରଣୀ ପାଠ କରିଥିବା ବେଳେ ପରିଶଷେରେ ରାଜକୁମାର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..