ରିପୋର୍ଟ କାର୍ଡ / ମାଲକାନଗିରି
ପ୍ରତ୍ୟେକ ଦିନ କିଛି ଅସାଧୁ ସରାକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆଜି ଭିଲିଲାନ୍ସ ଜାଲରେ ଆଉ ଜଣେ ବାବୁ ପଡ଼ିଛନ୍ତି । ମାଲକାନଗିରି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଟିକିନିଖି ଯାଞ୍ଚ କରୁଛି । ମାଲକାନଗିରି ସମେତ ନବରଙ୍ଗପୁର ଓ ବିଶାଖାପାଟଣାରେ ଚାଲିଛି ଚଢ଼ାଉ । କାର୍ଯ୍ୟାଳୟ ସହ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଥିବା ସୂଚନା ମଳିଛି । ତେବେ ଏଯାଏ ଏମ୍ ଆନନ୍ଦଙ୍କ ଘରୁ କେତେ ସମ୍ପତ୍ତି ଜବତ ହୋଇଛି ଭିଭିଲାନ୍ସ ସୂଚନା ଦେଇନାହିଁ । ଉଲ୍ଲେଖ ଯୋଗ୍ୟ-ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା |






More Stories
ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..
ସୋନମ ୱାଙ୍ଗଚୁକ୍ ଅନଶନ ସମାପ୍ତ କରିବାକୁ ରଖିଲେ ସର୍ତ୍ତ…..
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..