ରିପୋର୍ଟ କାର୍ଡ / ଭୁବନେଶ୍ଵର
ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ପର୍ଯ୍ୟାୟ ତାରିଖ ଘୁଞ୍ଚାଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ ମେନ୍ ସେସନ୍-୧ ଆସନ୍ତା ଏପ୍ରିଲ୍ ୧୬ ବଦଳରେ ଏପ୍ରିଲ୍ ୨୧ରୁ ଆରମ୍ଭ ହେବ । ମେ ୪ ତାରିଖ ଯାଏ ପରୀକ୍ଷା ଚାଲିବ । ବିଭିନ୍ନ ବୋର୍ଡ ପରୀକ୍ଷା ଥିବାରୁ ପରୀକ୍ଷା ତାରିଖ ବଦଳାଇବାକୁ ଛାତ୍ରଛାତ୍ରୀଙ୍କ ନିବେଦନ ପରେ ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଏପ୍ରିଲ୍ ମାସରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ହେବ । ଏହା ସହ ଅନ୍ୟ କେତେକ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ହେବ । ଫଳରେ ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ଦେବାକୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ତାରିଖ ବଦଳାଇବାକୁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ । ସେମାନଙ୍କ ଆବେଦନ କ୍ରମେ ଜେଇଇ ମେନ୍ ଆସନ୍ତା ଏପ୍ରିଲ୍ ୨୧, ୨୪, ୨୫, ୨୯ ଏବଂ ମେ ୧ ଓ ୪ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ସହରରେ ହେବ ସେନେଇ ଇଣ୍ଟିମେସନ୍ ବାହାରିବ । ପରେ ଏପ୍ରିଲ୍ ଦ୍ୱିତୀୟ ସପ୍ତାହରେ ଆଡ୍ମିଟ କାର୍ଡ ମିଳିବ । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ www.nta.ac.in https://jeemain.nta.ac.in ୱେବସାଇଟ୍ରେ ଦେଖିପାରିବେ






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..