Report Card Odisha

| Daily Odia News

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଛାତ୍ର….

ରିପୋର୍ଟ କାର୍ଡ / ପୁରୀ

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଛାତ୍ର । ମୃତ ଛାତ୍ରଙ୍କ ନାମ ପ୍ରତାପ ରାଉତ | ସେ ଯୁକ୍ତ ୩ର ଦ୍ୱିତୀୟ ବର୍ଷର ପଢୁଥିଲେ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ବେଲବାରୀ ଗାଁରେ । କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ପ୍ରତାପ ପରିବାର ସହିତ ନିଆଳି ବ୍ଲକ ଜହ୍ନାରପୁର ଠାରେ ରହୁଥିବା ବେଳେ ବେଲବାରୀ ଠାରେ ନିଜସ୍ୱ ବଗିଚା ଘରେ ରହୁଥିଲେ । ନିକଟରେ ଥିବା ସେ ମଙ୍ଗଳା କଲେଜରେ ପଢୁଥିଲେ । ପରିବାର ଲୋକେ ସବୁଦିନ ଭଳି ଆଜି ମଧ୍ୟ ସକାଳ ସମୟରେ ପ୍ରତାପଙ୍କ ପାଇଁ ଖାଦ୍ୟ ନେଇକି ଯାଇଥିଲା । ହେଲେ ଘର କବାଟ ଭିତର ପଟୁ ବନ୍ଦ ଥିବା ଦେଖି କବାଟ ବାଡେଇଥିଲେ ଜେଜେମା । କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । ଶେଷରେ କବାଟ ଫାଙ୍କରେ ଜେଜେମା ଦେଖିଲା ବେଳକୁ ନାତି ପ୍ରତାପଙ୍କ ଶରୀର ଫ୍ୟାନ୍‌ ଝୁଲୁଥିବାର ଦେଖିଥିଲେ । ସାଙ୍ଗେ ସାଙ୍ଗେ ସ୍ଥାନୀୟଲୋକଙ୍କ ଡାକିବା ସହ ପୋଲିସକୁ ଖବର ଦେଇଥିଲେ । କାକଟପୁର ପୋଲିସ ଏବଂ କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି | ତେବେ କେଉଁ କାରଣ ପାଇଁ ପ୍ରତାପ ଆତ୍ମହତ୍ୟା କଲେ ସେନେଇ କିଛି କାରଣ ଜଣାପଡିନାହିଁ ।

Breaking News