ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ର ତୃତୀୟ ଲହର ଧୀମାପଡିଥିବା ବେଳେ ପୁଣି ଚତୁର୍ଥଲହର ମୁଣ୍ଡ ଟକିଲାଣି | ଚାଇନାରେ ଦ୍ରୁତ ଗତିରେ କରୋନାର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପିବାରେ ଲାଗିଛି। ଏନଏଚସି ତଥ୍ୟ ଅନୁଯାୟୀ, ଏଥର କରୋନାର ସବୁଠାରୁ ଅଧିକ ପ୍ରଭାବ ଜିଲିନ୍ ପ୍ରଦେଶରେ ପଡ଼ିଛି। ଗତ ସୋମବାର ଏଠାରୁ ୩୦୦୦ ରୁ ଅଧିକ ଡୋମେଷ୍ଟିକ ଟ୍ରାନ୍ସମିସନ ମିଳିଛି। ଗତ ସୋମବାର ଦିନ ସାରା ବିଶ୍ୱରେ ୧୩ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ରୋଗ ହେତୁ ୩୫୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହା ପୂର୍ବରୁ ଚୀନରେ ରବିବାର ଦିନ ପ୍ରାୟ ୩୩୦୦ ମାମଲା ସାମ୍ନାକୁ ଆସିଥିଲା। କରୋନା ସଂକ୍ରମଣର ଏହି ମାମଲା ଗତ ୨ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ସଂଘାଇରେ ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦିଆଯାଇଛି। ଏଥିସହିତ ୧୦ଟି ସହରରେ ଲକଡାଉନ ଜାରି କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ବେଜିଂ, ସଂଘାଇ ସମେତ ଶେନଜେନ୍, ଜିଆଙ୍ଗସୁ, ଶାଣ୍ଡୋଙ୍ଗ ଏବଂ ଝୋଜିଆଙ୍ଗ ପ୍ରଦେଶରେ କରୋନାର ନୂଆ ମାମଲା ଦେଖିବାକୁ ମିଳିଛି। ଏହାଫଳରେ ଚାଇନାର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ଡବ୍ଲୁଏଚଓ ବୈଜ୍ଞାନିକ ମାରିଆ ୱାନ୍ କରଖୋଭ କହିଛନ୍ତି ଯେ ଓମିକ୍ରନ୍ ଏବଂ ଡେଲ୍ଟାର ମିଶ୍ରଣ ଦୁନିଆରେ ଏକ ନୂତନ ପ୍ରକାର ଭାରିଏଣ୍ଟ ସୃଷ୍ଟି କରିପାରେ। ଯାହା ମହାମାରୀର ଚତୁର୍ଥ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଚାଇନାରେ କରୋନା ସଂକ୍ରମଣ ଏପରି ବୃଦ୍ଧି ମଧ୍ୟରେ ଓମିକ୍ରନର ଏକ ଭାରିଏଣ୍ଟ ଦାୟୀ ବୋଲି କୁହାଯାଇଛି। ଏହି ଭାରିଆଣ୍ଟକୁ ‘ଷ୍ଟେଲଥ ଓମିକ୍ରନ୍’ କୁହାଯାଉଛି।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..