Report Card Odisha

| Daily Odia News

ସ୍ତ୍ରୀକୁ ହତ୍ୟା କରି ଶଳା ଭାଉଜ ସହ ଫେରାର…..

Love Triangle. Cheating Boyfriend Hugging Girlfriend Holding Hands With Her Girl Friend Sitting On Bench Together In Park Outdoor. Back-View

ରିପୋର୍ଟକାର୍ଡ / ଆନନ୍ଦପୁର

ଶଳା ଭାଉଜ ପ୍ରେମରେ ପଡ଼ି ସ୍ତ୍ରୀ କୁ ହତ୍ୟା କଲେ ଯୁବକ । ପରେ ହତ୍ୟାକାରୀ ଯୁବକ ଜଣକ ନିଜ ଶଳା ଭାଉଜ ସହ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି । ଏପରି ଏକ ଅଘଟଣ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁରେ ସାମ୍ନାକୁ ଆସିଛି । ଏନେଇ ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ଘଟଣାକ୍ରମେ ରେକୁଟିଆ ଗାଁର ତ୍ରିଲୋଚନ ଯେନା ନାମକ ଯୁବକ ନିଜ ବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜ ଶଳା ଭାଉଜଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୭ବର୍ଷ ପୂର୍ବରୁ ତ୍ରିଲୋଚନ ଯେନା ଜଳସୁଆଁ ଗାଁର ନନ୍ଦିନୀ ଯେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ଉଭୟ କିଛି ଦିନ ଧରି ଶ୍ୱଶୁର ଘର ଜଳସୁଆଁରେ ରହୁଥିଲେ।ଏହି ସମୟରେ ନିଜ ଶଳା ଭାଉଜଙ୍କ ସହ ତ୍ରିଲୋଚନଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ୩ଦିନ ତଳେ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ତ୍ରିଲୋଚନ ନିଜ ଘର ରେକୁଟିଆକୁ ପଳାଇ ଆସିଥିଲେ। ଆଜି ସକାଳୁ ତ୍ରିଲୋଚନ ନନ୍ଦିନୀଙ୍କୁ ହତ୍ୟା କରି ଶ୍ୱଶୁର ଘରକୁ ଯାଇ ଶଳା ଭାଉଜଙ୍କ ସହ କେଉଁଆଡ଼େ ଫେରାର ହୋଇଯାଇଥିବା ଶ୍ୱଶୁର ଘର ଲୋକେ ଅଭିଯୋଗ କରିଛନ୍ତି। ନନ୍ଦିନୀଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡ଼ିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତ୍ରିଲୋଚନଙ୍କ ଶଳା ହୀରଣ୍ୟ ଯେନା ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Breaking News