ରିପୋର୍ଟ କାର୍ଡ / କଟକ
ଆସନ୍ତା ଏପ୍ରିଲ ୩ତାରିଖରେ ଅନୁଷ୍ଠିତ ହେବ ଜିଲ୍ଲା ଜଜ୍ କ୍ୟାଡର ପରୀକ୍ଷା | ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ଥିବା ଜିଲ୍ଲା ଜଜ୍ କ୍ୟାଡର ପଦବୀରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ବାର ଆସୋସିଏସନରୁ ଯୋଗ୍ୟ ବିବେଚିତ ସଦସ୍ୟ ମାନେ ମଧ୍ୟ ସିଧାସଳଖ ନିଯୁକ୍ତି ପାଇଁ ଏହି ଲିଖିତ ପରୀକ୍ଷା ଦେବେ। ସେହିପରି ଆବେଦନ କରିଥିବା ବିଚାରବିଭାଗୀୟ ଅଧିକାରୀ ମାନେ ବି ପରୀକ୍ଷାରେ ଅବତୀର୍ଣ୍ଣ ହେବେ । କଟକସ୍ଥିତ କେମ୍ବ୍ରିଜ ବିଦ୍ୟାଳୟ ଠାରେ ଦୁଇଟି ସିଟିଙ୍ଗରେ ପରୀକ୍ଷା ହେବ। ବାର୍ରୁ ୩୩୨ଜଣ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୯ଜଣ ବିଚାରବିଭାଗୀୟ ଅଧିକାରୀ ମଧ୍ୟ ଏହି ପରୀକ୍ଷା ଦେବେ ।






More Stories
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..