ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହେବେ। ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହରଭଜନ ସିଂହଙ୍କ ନାଁ ରାଜ୍ୟସଭାକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଥିବା ଆପ୍ର ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏଥିସହ ହରଭଜନ ପଞ୍ଜାବର ଏକ କ୍ରୀଡ଼ା ବିଶ୍ବବିଦ୍ୟାଳୟର ମୁଖ୍ୟ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ହରଭଜନ ସିଂହ ତାଙ୍କୁ ଅଭିନନ୍ଦନ ଜଣାଇ ଟ୍ବିଟ୍ କରିଥିଲେ। ସେ ଲେଖିଥିଲେ, ଆମ୍ ଆଦମୀ ପାର୍ଟି ଓ ମୋ ବନ୍ଧୁ ଭଗବନ୍ତ ମାନ ଆମର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ଏହା ଶୁଣି ଖୁସି ଲାଗିଲା ଯେ, ସେ ଭଗତ ସିଂଙ୍କ ଗାଁ ଖଟକଡ଼କଲାଁରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
More Stories
ପାକିସ୍ତାନର ଟ୍ରେନ ଅପହରଣରେ ଭାରତର ହାତଥିବା ଅଭିଯୋଗ…..
ପୌର ନିର୍ବାଚନରେ ବିଜେପିର ବାଜି ମାତ…..
ସର୍ଚ୍ଚ ଅପରେସନରେ ସାମିଲ ହେଲା ରୋବୋଟ୍…..