ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସୁରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶସାନିକ ଏକାଡେମୀରେ ଭବିଷ୍ୟତର ଅଫିସରମାନଙ୍କୁ ସମ୍ୱୋଧିତ କରିଛନ୍ତି। ଟ୍ରେନି ଅଫିସରଙ୍କ ୯୬ତମ ଫାଉଣ୍ଡେସନ କୋର୍ସର ସମାପନ ଅବସରରେ ଏହାକୁ ସମ୍ୱୋଧିତ କରିଛନ୍ତି। ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ଭାବି ଅଫିସରମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇ କହିଥିଲେ, ବିଗତ ବର୍ଷ ଗୁଡିକରେ ମୁଁ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ଭେଟି କଥା ହୋଇଛି। ତାଙ୍କ ସହ ଦୀର୍ଘ ସମୟ ବିତାଇଛି। କିନ୍ତୁ ଆପଣଙ୍କ ବ୍ୟାଚ୍ ସ୍ପେଶାଲ। ଆପଣମାନେ ଭାରତର ସ୍ୱାଧୀନତାର ୭୫ ବର୍ଷରେ ନିଜର କାମ ଆରମ୍ଭ କରିବାକୁ ଯାଉଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଯେତେବେଳେ ନିଜ ସ୍ୱାଧୀନତାର ୧୦୦ତମ ବର୍ଷରେ ପ୍ରବେଶ କରିବ ସେତେବେଳେ ଆମ ଭିତରୁ ଅନେକ ନଥାଇ ପାରନ୍ତି, କିନ୍ତୁ ଆପଣଙ୍କ ଏହି ବ୍ୟାଚ ସେତେବେଳେ ବି ଥିବ ଏବଂ ଆପଣମାନେ ବି ଥିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତାର ଏହି ଅମୃତକାଳରେ ଆସନ୍ତା ୨୫ବର୍ଷରେ ଦେଶ ଯାହା ବିକାଶ କରିବ ସେଥିରେ ଆପଣମାନଙ୍କ ଭୂମିକା ଅଧିକ ରହିବ। ଏକବିଂଶ ଶତାବ୍ଦୀରେ ଭାରତ ଆଜି ଯେଉଁ ସ୍ଥାନରେ ରହିଛି, ସାରା ବିଶ୍ୱର ନଜର ଆଜି ଆମ ଉପରେ ରହିଛି। ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ଲକ୍ଷ୍ୟ ହେଉଛି ଭାରତକୁ ଆତ୍ମନିର୍ଭର ଏବଂ ଆଧୁନିକ କରାଇବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ କଥା ଉଲ୍ଲେଖ କରି କହିଥିଲେ, ଟ୍ରେନିଂ ସମୟରେ ଆପଣମାନଙ୍କୁ ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟ ଏବଂ ତାଙ୍କ ବିଚାର ବିଷୟରେ ଅବଗତ କରାଯାଇଥିଲା। ସେବା ଏବଂ କର୍ତ୍ତବ୍ୟ ମନୋଭାବ ଆପଣମାନଙ୍କ ଟ୍ରେନିଂର ଅଭିନ୍ନ ଅଂଶ। ଆପଣ ଯେତେବେ ବର୍ଷ ଏହି ସେବାରେ ରହିବେ ଆପଣଙ୍କ ବ୍ୟକ୍ତିଗତ ଏବଂ ପ୍ରଫେସନାଲ ସଫଳତାର ଆଧାର ମଧ୍ୟ ଏହା ହିଁ ରହିବା ଜରୁରୀ।
More Stories
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..
ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..