ରିପୋର୍ଟ କାର୍ଡ / ଗଞ୍ଜାମ
ମହିଳା ଭୋଟରଙ୍କୁ ଶାଢ଼ୀ ବାଣ୍ଟିବାକୁ ଶାସକ ଦଳର ଯୋଜନା କରିଥିବା ବେଳେ ଅଚାନକ ମାଡ଼ିବସିଲା ପୋଲିସ | ପୌର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖୁଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରୁ ଆସିଛି ଏଭଳି ଏକ ନିଆରା ଦୃଶ୍ୟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଦଳା ଏନଏସି ର ଖଦାଳ ସାହିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ସାହିରେ କୋଦଳା ପୋଲିସ ଟିମ୍ ଚଢ଼ାଉ କରି ବହୁ ସଂଖ୍ୟକ ଶାଢୀ ଜବତ କରିବା ସହ ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ଜଣାପଡିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଏଭଳି ହୀନ ଉଦ୍ଯମ ଜଣେ ଠିକାଦାରଙ୍କ ପକ୍ଷରୁ କରାଯାଇଥିବା କୁହାଯାଉଛି।





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..