ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ପାଇଁ ପାଖାପାଖି ୨ ବର୍ଷ ହେବ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା | ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୨୮ ତାରିଖରୁ ପିଲାଙ୍କ ପାଇଁ ରାଜ୍ୟରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ସକାଳ ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ପିଲାମାଙ୍କୁ ପାଠ ପଢାହେବ । କରେନା କଟକଣା ସହିତ ପିଲାମାନଙ୍କର ପାଠପଢ଼ା ହେବ । କୌଣସି ଠାରେ ଅସୁବିଧା ଥାଏ, ତାହାହେଲେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ସବୁ ଅଙ୍ଗନବାଡି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନ ଥାନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..