Report Card Odisha

| Daily Odia News

ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ | ବଜେଟ୍ ଅଧିବେଶନ ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ଆଜି ପ୍ରଥମ ଦିନରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୬ ଓ ୨୮ ତାରିଖରେ ଆଲୋଚନା ହେବ। ୨୯ ତାରିଖରେ ଅଫିସିଆଲ ବିଜନେସ୍ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ। ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି। ତେବେ ଅଧିବେଶନରେ ଏକାଧିକ ପ୍ରସଙ୍ଗ ଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିପାରନ୍ତି ।

Breaking News