ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡେପୁଟି ସବ କଲେକ୍ଟର ଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ | ଏଥିସହିତ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାମଲାର ବିଚାର କରି ଏପରି ଶୁଣାଣି କରିଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାର ସବିତା ସାହୁ ଯେ କି ବର୍ତ୍ତମାନ ବାଲେଶ୍ୱରରେ ଡେପୁଟି ସବ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଗତ ୨୦୧୪ ମସିହାରେ ଶାମାଖୁଣ୍ଟା ତହସିଲ ଅନ୍ତର୍ଗତ ମହୁଳିଆ ମୌଜାରେ ୫ ଲକ୍ଷ ଖଞ୍ଚାଇଟା ପୋଡ଼ିବାକୁ ଅନୁମତି ପାଇଁ ଜଣେ ଇଟାଭାଟି ପରିଚାଳକଙ୍କୁ ସବିତା ୧୫ ହଜାର ଲାଞ୍ଚ ମାଗିଥିଲେ । ଏନେଇ ପରିଚାଳକ ଜଣଙ୍କ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ବର୍ଷ ନଭେମ୍ବର ୨୭ ତାରିଖରେ ତହସିଲଦାର ସବିତା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ । ଉକ୍ତ ମାମଲାର ବିଚାର ପରି କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଏଥିସହିତ ସବିତାଙ୍କ ନାମରେ ୪୫ ଲକ୍ଷରୁ ଅଧିକ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ମାମଲା କୋର୍ଟରେ ବର୍ତ୍ତମାନ ବିଚାରାଧୀନ ରହିଥିବା ସୂଚନା ମିଳିଛି ।






More Stories
ପାଣ୍ଡିଆନ ଆମ ନେତା ନୁହନ୍ତି……
ବାଂଲାଦେଶ ହିଂସା ଉସୁକାଉଛି ପାକ୍ ସେନା,ଆଇଏସ୍ଆଇ…..
ଚିଟ୍ଫଣ୍ଡ ଜମାକାରୀ ପାଇବେ ଟଙ୍କା….