ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଟିକା ପ୍ରମାଣପତ୍ରକୁ ଫେରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଯୋଗୁ ଟିକା ପ୍ରମାଣପତ୍ର ଗୁଡ଼ିକରୁ ପ୍ରଧାନମନ୍ତ୍ରୀ ଙ୍କ ଫଟୋ ହଟାଇ ଦିଆଯାଇଥିଲା। ଏବେ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇ ସାରିଥିବାରୁ ପୁଣିଥରେ ମୋଦିଙ୍କ ଫଟୋ ଫେରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ୫ ରାଜ୍ୟ ଉତ୍ତର ପ୍ରଦେଶ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଲୋକଙ୍କୁ ଟିକା ଦିଆଯାଉଥିଲେ ମଧ୍ୟ ମୋଦିଙ୍କ ଫଟୋ ପ୍ରମାଣପତ୍ରରେ ରହୁ ନଥିଲା। ଜାନୁଆରୀ ୮ରୁ ମୋଦିଙ୍କ ଫଟୋ ହଟା ଯାଇଥିଲା। କାରଣ ଜାନୁଆରୀ ୮ରେ ଭାରତୀୟ ନିର୍ବାଚନ କମିଶନ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ତାରିଖ ଘୋଷଣା ହେବାରୁ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଥିଲା। ଫଳରେ ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। ହେଲେ ନିର୍ବାଚନ ପରେ ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ୫ ରାଜ୍ୟର ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଛାପିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଏବେ କୋ ୱିନ ଆପ୍ରେ ଏନେଇ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..