ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେଉଛି ତୋଷାଳି ମେଳା । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ଜନତା ମଇଦାନରେ ହେବ ତୋଷାଳି ମେଳା। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ତେବେ ସନ୍ଧ୍ୟା ୬ ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ମେଳା। ଚଳିତ ବର୍ଷ ଏହି ମେଳାରେ ୩୯୦ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ। ଓଡିଶା ସମେତ ଦେଶ ର ବିଭିନ୍ନ ରାଜ୍ୟରୁ ୯୦ ବୁଣାକାର ଓ ୧୫୦ ଜଣ କାରିଗର ଅଂଶ ଗ୍ରହଣ କରିବେ। ଚଳିତ ବର୍ଷ ମେଳାରେ ୧୫ ଲକ୍ଷ ଜନ ସମାବେଶ ସହିତ ୧୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ମେଳାର ‘ଥିମ୍ ପାଭିଲିଅନ୍ ’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।






More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..