ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ୍ ଆଦମି ପାର୍ଟି କୁ ଜାତୀୟ ଦଳ ହେବାକୁ ୧୫ରୁ ୨୦ ବର୍ଷ ଲାଗିବ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର | ଏହା ମଧ୍ୟ କହିଛନ୍ତି କି କୌଣସି ବି ଦଳକୁ ଜାତୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ଦରକାର, ଆମ୍ ଆଦମି ପାର୍ଟିକୁ ୨୦୧୯ରେ ୨୭ ଲକ୍ଷ ଭୋଟ ହିଁ ମିଳିଥିଲା । ପ୍ରଶାନ୍ତ କହିଛନ୍ତି, ଦେଶରେ ଆଜି ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ଦଳ ହିଁ ଜାତୀୟ ଦଳ ଭାବେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଦେଶରେ ଅନେକ ଦଳ ଜାତୀୟ ଦଳ ହେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସଫଳ ହୋଇ ପାରିନାହାନ୍ତି। ଏହାର ଅର୍ଥ ନୁହେଁ ଯେ କୌଣସି ଦ୍ଵିତୀୟ ଦଳ ଜାତୀୟ ଦଳ ହୋଇପାରିବ ନାହିଁ। କୌଣସି ଦଳ ରାତାରାତି ଜାତୀୟ ଦଳ ହୋଇପାରିବ ନାହିଁ, ଏଥିପାଇଁ ସମୟ ଦରକାର। ପଞ୍ଜାବର ବିଧାନସଭା ନିର୍ବାଚନରେ ଆମ୍ ଆଦମି ପାର୍ଟି ବହୁମତ ହାସଲ କରିବା ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ କିଶୋର ଏହି କଥା କହିଥିଲେ। ଏହା ସହିତ ପ୍ରଶାନ୍ତ କିଶୋର ପୁଣି କହିଛନ୍ତି, କେହି ଲୋକପ୍ରିୟ ହେବାର ଅର୍ଥ ଏହା ନୁହେଁ କି ସେ ନିର୍ବାଚନ ହାରିବ ନାହିଁ, ଯେପରିକି ପଶ୍ଚିମବଙ୍ଗରେ ହୋଇଥିଲା। ଏହାପରେ ସେ ପରବର୍ତ୍ତୀ ଉଦାହରଣ ଅଖିଳେଶ ଯାଦବଙ୍କ ଦେଇଥିଲେ। ଅଖିଳେଶ ଯାଦବଙ୍କ ସଭାରେ ପ୍ରବଳ ଭିଡ ହେଉଥିଲା ଓ ୩୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା ତଥାପି ତାଙ୍କ ଦଳ ପରାଜୟକୁ ସାମନା କଲା। ବିଜେପି ୪ଟି ରାଜ୍ୟରେ ବିଜୟ ହାସଲ କଲା ପରେ ଦରଦାମ୍ ବୃଦ୍ଧି ଓ ବେରୋଜଗାରୀ କଣ ନିର୍ବାଚନୀ ମୁଦ୍ଦା ହୋଇ ଆଉ ରହି ନାହିଁ ପ୍ରଶ୍ନରରେ ହୋଇଥିଲା | ଏହାର ଉତ୍ତରରେ ପ୍ରଶାନ୍ତ କହିଲେ କି , ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିଛି। ଅନ୍ୟପକ୍ଷରେ ୬୨ ପ୍ରତିଶତ ଲୋକ ବିଜେପି ବିରୋଧରେ ଭୋଟ ଦେଇଛନ୍ତି। ଏହାର ଅର୍ଥ ହେଉଛି ଦେଶର ୧୦୦ରୁ ୩୮ ଲୋକ ହିଁ ତାଙ୍କ ସହ ଅଛନ୍ତି। କିନ୍ତୁ ଯେଉଁ ୬୨ ଜଣ ଲୋକଙ୍କ ଭୋଟ ବିଭାଜିତ ହୋଇଯାଇଛି, ଏହାର ଫାଇଦା ଗୋଟିଏ ଦଳକୁ ମିଳୁଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..