ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକବର୍ଷ ପ୍ରଥମ ଚାରିମାସ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ଲକ୍ଷ ୫ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଏହା ଉପରେ ବ୍ୟୟମଞ୍ଜୁରି ବିଧେୟକ ଆସିବ । ସୂଚନାଯୋଗ୍ୟ ଯେ ଗତ ରବିବାର ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଆସନ୍ତା ଆର୍ଥିକବର୍ଷ ପାଇଁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ସେଥିରୁ ପ୍ରଥମ ଚାରିମାସ ପାଇଁ ୧ଲକ୍ଷ ୫ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପିତ ହେବ। ଆଜି ଅପରାହ୍ଣ ଅଧିବେଶନରେ ବଜେଟ ଉପସ୍ଥାପନ କରାଯିବା ସୂଚନା ମିଳିଛି ।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..