ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି | ରୁଷ ଏହାକୁ ଯୁଦ୍ଧ ବୋଲି କହିନାହିଁ,ମିଲିଟାରୀ ଅପରେସନ ବୋଲି କହିଛି | ଭାରତ ଗସ୍ତରେ ଆସିଥିବା ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଇଭାନୋଭ କହିଛନ୍ତି ଯେ ଅନ୍ୟମାନେ ଯାହାକୁ ଏକ ଯୁଦ୍ଧ ବୋଲି କହୁଛନ୍ତି ତାହା ପ୍ରକୃତରେ ଏକ ଯୁଦ୍ଧ ନୁହେଁ, ଏକ ମିଲିଟାରି ଅପରେସନ | ରୁଷ ସେନା କେବଳ ୟୁକ୍ରେନର ମିଲିଟାରି ପ୍ରତିଷ୍ଠାନ ଓ ଭିତ୍ତିଭୂମିଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଠ କରିଦେଉଛି । ଯେପରିକି ତାହା ରୁଷ ପ୍ରତି ବିପଦ ସୃଷ୍ଟି ନ କରିବ । ସେ କହିଛନ୍ତି ଯେ ଭାରତ ଓ ରୁଷ ମଧ୍ୟରେ ଏକ ସ୍ବଚନ୍ତ୍ର ସଂପର୍କ ରହିଛି । ବିଭିନ୍ନ କଠିନ ସମୟରେ ବି ଏହା ତିଷ୍ଠି ରହିଛି । ଭାରତ ସହ ସମ୍ପର୍କକୁ ଆହୁରି ଦୃଢ କରିବା ରୁଷ ବୈଦେଶିକ ନୀତିର ଏକ ପ୍ରମୁଖ ପ୍ରାଥମିକତା । ପୁଣି ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ କରାଯାଉଛି ବୋଲି ସେ କହିଛନ୍ତି । ୟୁକ୍ରେନ ପ୍ରସଙ୍ଗରେ ଭାରତ ପଶ୍ଚିମ ଦେଶଙ୍କ ଚାପର ବଶବର୍ତ୍ତି ନ ହୋଇ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ପ୍ରଶଂସା କରିଛନ୍ତି । ଏହି ଅବସରରେ ଭାରତର ବୈଦେଶକ ମନ୍ତ୍ରୀ ଏସ.ଜୟଶଙ୍କର ୟୁକ୍ରେନ ପ୍ରସଙ୍ଗରେ କହିଛନ୍ତି ଯେ ଏପରି ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ବାହାର କରାଯିବା ସପକ୍ଷରେ ଭାରତ ରହିଛି ।
More Stories
ଉତ୍ତରପୂର୍ବାଞ୍ଚଳ ସ୍ଥିତି ସଙ୍ଗିନ,ମୃତ୍ୟୁସଂଖ୍ୟା ୩୧…..
୪ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…..
ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ….