Report Card Odisha

| Daily Odia News

ମାନସ ହତ୍ୟା ମାମଲାରେ ଦୋଷ ମାନିଲେ ଶର୍ମିଷ୍ଠା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅପହରଣ ତଥ୍ୟ ବଖାଲିଛନ୍ତି ଶର୍ମିଷ୍ଠା, ଏହି ସମୟରେ ଶର୍ମିଷ୍ଠା ଭୋ ଭୋ ହୋଇ କାନ୍ଦିଥିଲେ | ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଅପହରଣ ଓ ହତ୍ୟା ମାନିଥିବା ସୂଚନା ମିଳିଛି । ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଶର୍ମିଷ୍ଠା ସହଯୋଗୀଙ୍କ ସହ ଅପହରଣ କରିଥିଲେ । ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଆଶ୍ରମରେ ମାନସଙ୍କୁ ନିର୍ଯ୍ୟାତନା ଦେଇହତ୍ୟା କରିବା ପରେ ୮ ତାରିଖ ଅପରାହ୍ନରେ ମୃତ୍ୟୁ ଦେହକୁ ଶର୍ମିଷ୍ଠାଙ୍କ କାରରେ ରଣପୁର ନିଆଯାଇଥିଲା । ୮ ତାରିଖ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମାନସଙ୍କ ଶବ ପୋତି ଦେଇଥିଲେ । ଶବ ପୋତିବା ପରେ ଆନୁଷଙ୍ଗିକ ଜିନିଷ ଚଣ୍ଡିଖୋଲ ପାଖରେ ଫୋପାଡ଼ିଦେଇଥିଲେ । ଏହା ସହ ମାନସଙ୍କ ଶବ ପୋତିବା ପାଇଁ ସୁନାଖଳା ପାଖରୁ ୧୦ କେଜି ଲୁଣ କିଣିଥିଲେ ଅଭିଯୁକ୍ତ । ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ । ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଉଭୟ ଏସବୁ ଜିନିଷ କିଣିଥିଲେ । ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର ଓ ରଞ୍ଜନ । ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି ।

Breaking News