Report Card Odisha

| Daily Odia News

ଆଜିଠାରୁ ସକାଳୁଆ ସ୍କୁଲ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ପାଠପଢ଼ା ଆରମ୍ଭ ହୋଇଛି । ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଯୁକ୍ତ ୨ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଭଳି ନିଷ୍ପତି ନେଇଛନ୍ତି | ସମସ୍ତ ସରକାରୀ, ଘରୋଇ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ସମୟ ଲାଗୁ ହୋଇଛି । ତେବେ କେତେକ ଆନୁସଙ୍ଗିକ ବ୍ୟବସ୍ଥା ଲାଗି କିଛି ସ୍କୁଲ ସୋମବାରୁ ଠାରୁ ଖୋଲିବ। ଗ୍ରୀଷ୍ମପ୍ରବାହ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୁହାଯାଇଛି। ତେବେ ଗ୍ରୀଷ୍ମ ଅବକାଶ ବା ଖରାଦିନିଆ ଛୁଟି ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଘୋଷଣା କରାଯିବ। କରୋନା କଟକଣା ଶିକ୍ଷାନୁଷ୍ଠାନରେ ପୂର୍ବଭଳି କଡ଼ାକଡ଼ି ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Breaking News