ରିପୋର୍ଟ କାର୍ଡ / ବ୍ରହ୍ମପୁର
ଆଜି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସାନି ନିର୍ବାଚନ ଥିବା ବେଳେ ୧୨ ଜଣ ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖାଯାଇଥିବା ଅଭିଯୋଗ। ଆଜି ସକାଳେ ସମିତି ସଭ୍ୟମାନେ ଉଦ୍ଧାର ପାଇଁ ଭିଡିଓ ଜାରି କରି ଅଭିଯୋଗ କରିଥିଲେ | ଏହି ଖବର ଲସମନକୁ ଆସିବାପରେ ସେମାନଙ୍କୁ ମୁକୁଳାଯାଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଛତ୍ରପୁର ଅଭିମୁଖେ ନିଆଯାଇଛି । ମିଳିଥିବା ସୂଚନା ଅନୁସରେ -ଗତକାଲି ଛତ୍ରପୁର ବ୍ଲକର ୧୨ ସମିତି ସଭ୍ୟ ବାଲୁଗାଁ ବୁଲି ଯାଇଥିଲେ। ସନ୍ଧ୍ୟା ସମୟରେ ସେମାନେ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ବିଶ୍ରାମ ନେଇଥିବା ବେଳେ ରାତି ପ୍ରାୟ ୧୧ଟା ପରେ ହଠାତ୍ ପୋଲିସ ପହଞ୍ଚିଥିଲା। ଏହାପରେ ସମସ୍ତ ସମିତିସଭ୍ୟଙ୍କ ଫୋନ୍ ଛଡ଼ାଇ ନେବା ସହ ପାନ୍ଥ ନିବାସ ବାହାର ଓ ଭିତର ପଟ କବାଟ ବନ୍ଦ କରି ଦିଆଯାଇଥିଲା । ଯାହାଦ୍ୱାରା ସେମାନେ କାହା ସହ ଯୋଗାଯୋଗ କରିପାରିବେନି । ଏପରିକି କାହାକୁ ସେଠାକୁ ପ୍ରବେଶ ଅନୁମତି ମଧ୍ୟ ନ ଥିଲା। ହୋଟେଲ ଭିତରେ ପୋଲିସ ସେମାଙ୍କୁ ଅଟକରଖି ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ୧୨ ସମିତି ସଭ୍ୟ। ଉଲ୍ଲେଖ ଯୋଗ୍ୟ -ତେବେ ଗତ ମାସ ୧୨ତାରିଖରେ କୋଭିଡ୍ ସଂକ୍ରମଣ ଯୋଗୁଁ ବାତିଲ ହୋଇଥିଲା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ। ଆଜି ଦିନ ୧୨ଟାରେ ମତଦାନ ହେବାକୁ ଥିବା ବେଳେ ୧୨ଜଣ ସମିତିସଭ୍ୟଙ୍କୁ ପୋଲିସ ହୋଟେଲରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି।






More Stories
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..